ଅବକାରୀ ବିଭାଗରକୁ ବଡ ସଫଳତା ।

 ଅବକାରୀ ବିଭାଗରକୁ ବଡ ସଫଳତା ।

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ ପଦ୍ମଗିରିର ସର୍ଗିଗୁଡା ଗ୍ରାମ ନିକଟରେ ଏକ ପିକୋପ ଭେନ(ଓଡି ୧୦ ଏନ ୦୮୦୧ ) ଦ୍ଵାରା ୭ କୁଏଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଚରା ଚାଲାଣ କରୁଥିବା ସମୟରେ ଧରାପଡିଛନ୍ତି । ଏହି ଘଟଣାରେ ୩ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଖସି ଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷରୁ ଉର୍ଦ୍ଧ ହେବ । ତେଵେ ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣ ଥମିବାର ନା ନେଉନଥିବା ବେଳେ ସହ ସହ କିଲୋ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଉଛି ଓ ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗ ତରଫରୁ ଜୋରଦାର ଚଢ଼ାଉ କରାଯିବ ସହ ଯେଉଁ ଅଞ୍ଚଳରୁ ଗଞ୍ଜେଇ ଚାଷ କରାଯାଉଛି ସେଇ ଅଞ୍ଚଳମାନଙ୍କୁ ଚଢାଉ କରି ଚାଷ ନଷ୍ଟ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକାରୀ ଅଶୋକ କୁମାର ସେଟ କହିଛନ୍ତି

 

Related post

News in English