ଆଜାଦ ହିନ୍ଦ ସରକାର ଗଠନର ୭୭ତମ ବର୍ଷ ପୂର୍ତ୍ତି ପାଳନ ଓ ପୁସ୍ତକ ଉନ୍ମୋଚନ।

 ଆଜାଦ ହିନ୍ଦ ସରକାର ଗଠନର ୭୭ତମ ବର୍ଷ ପୂର୍ତ୍ତି ପାଳନ ଓ ପୁସ୍ତକ ଉନ୍ମୋଚନ।

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଠିକ ୭୭ ବର୍ଷ ତଳେ ଆଜିର ଦିନରେ ୯ ଟି ଦେଶର ସ୍ୱୀକୃତି ପ୍ରାପ୍ତ କରି ଆଜାଦ ହିନ୍ଦ ସରକାର ଗଠନ କରିଥିଲେ।
ଆମ କଟକର ଗର୍ବ ଯିଏ କି ପରବର୍ତ୍ତୀ ସମୟରେ ସମଗ୍ର ଭାରତ ବର୍ଷକୁ ନିଜ ସାହସ ଓ ସ୍ୱାଭିମାନ ବଳରେ ଗୌରବାନ୍ୱିତ କରିଥିଲେ ତାଙ୍କ ସ୍ମୃତିଚାରଣ ଉଦେଶ୍ୟରେ ଏହି ଦିନର ମହତ୍ୱକୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନ ହରିଓଁ ର ସଦସ୍ୟ ଆଜି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନେତାଜୀଙ୍କ ବୀରତ୍ବର ଗାଥା ବଖାଣୁଥିବା ଏକ ପୁସ୍ତିକା ଉନ୍ମୋଚନ କରିଥିଲେ।କୋଭିଡ ନିୟମ କୁ ମାନି ହେଇଥିବା ଉକ୍ତ ସଭାରେ ରାକେଶ ଧୂପର,ସାର୍ଥକ ରାୟ, ଆଶୁତୋଷ ଦାସ,ଶୁଭମ ଆଚାର୍ଯ୍ୟ, ସ୍ଥିତ ସାହୁ,ପ୍ରୀତମ ସାହୁ,ଅନୀଲ ବିଶ୍ୱାଳ,ଅଭୟ ସାହ,ଅଭୟ ରଥ,ଗୌରବ ସାହୁ ଓ ଅମିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

 

Related post

News in English