କଟକରେ ଖାଲି ଖାଲି ରେ ଭଷାଣି ଅନୁଷ୍ଠିତ।

 କଟକରେ ଖାଲି ଖାଲି ରେ ଭଷାଣି ଅନୁଷ୍ଠିତ।

କଟକ: ଜଗତଜନନୀ ମା ଦୁର୍ଗାଙ୍କ ଆଜି ଭଷାଣୀ ପର୍ବ। ପୋଲିସ୍ ର କର୍ଡନ ମଧ୍ୟରେ ସହରର ସମସ୍ତ ମଣ୍ଡପର ମୃଣ୍ମୟୀମୂର୍ତ୍ତି କୁ ବିସର୍ଜନ କରାଯାଇଛି। କମିସନରେଟ୍ ପୋଲିସ୍ ର ଗାଇଡଲାଇନ ମୁତାବକ ଦେବୀ ଦୁର୍ଗା ଏବଂ ହରପାର୍ବତୀଙ୍କ ମୃଣ୍ମୟୀମୂର୍ତ୍ତି କୁ ମଣ୍ଡପରୁ ବାହାର କରିଯାଇ ସିଧାସଳଖ ନଦୀକୁ ବିସର୍ଜିତ କରାଯାଇଥିଲା। କୌଣସି ମୃର୍ତ୍ତି ସାହି ପରିକ୍ରମା କରି ନ ଥିଲା। ଅତି ବେଶୀରେ ୭ ଜଣ ପୁଜା କମିଟି ର ସଦସ୍ୟଙ୍କ ସହ ପୋଲିସ୍ ର ସୁରକ୍ଷା ବଳୟ ଭିତରେ ନଦୀକୁ ନିଆଯାଇଥିଲା। ସାଙ୍ଗରେ କୌଣସି ବାଦ୍ୟଯନ୍ତ୍ର,ବେଶୀ ସଂଖ୍ୟକ ଘଣ୍ଟ,ଭକ୍ତ ଏବଂ ଶୋଭାଯାତ୍ରା ଦେଖିବାକୁ ମିଳି ନ ଥିଲା। ସକାଳ ୧୦ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ମା ଙ୍କ ଭଷାଣ କାର୍ଯ୍ୟକ୍ରମ। ଗୋଟିକ ପରେ ଗୋଟିଏ ମେଢ଼କୁ ବିସର୍ଜନ ପାଇଁ ନଦୀ କୁ ଛଡାଯାଇଥିଲା। କାଠଯୋଡି ନଦୀର ଦେବୀଗଡା ସମେତ ଅନ୍ୟ ସ୍ଥାନ ଏବଂ ମହାନଦୀକୁ ମିଶାଇ ମୋଟ ୧୪ ଟି ସ୍ଥାନ ଚିହ୍ନଟ କରାଯାଇ କୃତ୍ରିମ ଜଳରାଶିରେ ମୃର୍ତ୍ତିଗୁଡିକୁ ବିସର୍ଜନ କରାଯାଇଛି। ହେଲେ ଚଳିତ ବର୍ଷ କରୋନା ଯୋଗୁଁ ମା ଙ୍କ ପୁଜା ଏବଂ ଭଷାଣ ଉତ୍ସବ ଆଡମ୍ବର ସହକାରେ ପାଳନ କରି ନ ଥିବାରୁ ମର୍ମାହତ ହୋଇପଡିଛନ୍ତି ପୁଜା କମିଟି ସଦସ୍ୟମାନେ ।ଗତ ୨୨ ରୁ ମା ଙ୍କ ଷଷ୍ଠିପୁଜା ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ କୋଭିଡ୍ ନିୟମ ଅନୁଯାୟୀ ପୁଜା ଶେଷ ହୋଇଥିଲା। ନିୟମ ଅନୁସାରେ ମା ଙ୍କ ପୁଜା ସମୟରେ ସୀମିତ ସଂଖ୍ୟକ ପୁଜକଙ୍କ ସହ କମିଟିର କର୍ମକର୍ତ୍ତାମାନେ ପୁଜାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିଥିଲେ। ଏପରିକି କୋର୍ଟ୍ ଙ୍କ ନିର୍ଦ୍ଦେଶ ଅନୁଯାୟୀ ମଣ୍ଡପରେ ସ୍କ୍ରିନ୍ ଟଣାଯାଇ ମା ଙ୍କୁ ପୁଜା କରାଯାଇଥିଲା। ଆଉ ବ୍ୟାକୁଳ ଥିବା ଭକ୍ତ ମା ଙ୍କୂ ଦର୍ଶନ ପାଇବାରୁ ବଞ୍ଚିତ ହେଲେ। ମାତ୍ର ଚଳିତ ବର୍ଷ ପୋଲିସ୍ ର ଜୁଲମ୍ ଅତ୍ୟାଚାର ବଢି ଯାଇଥିଲା ଏବଂ ପ୍ରଶାସନ ପାଖରେ ଶାନ୍ତି କମିଟି ସମ୍ପୂର୍ଣ୍ଣ ଭାବେ ମୁଣ୍ଡ ନୁଆଁଇ ଦେଇଥିବା ଅସନ୍ତୋଷ ପ୍ରକାଶ କରି କହିଛନ୍ତି କିଛି ପୁଜା କମିଟି। ପ୍ରତିବର୍ଷ ଦେବୀଗଡା ର ନଦୀବନ୍ଧ ରେ ବିଭିନ୍ନ ସାମଗ୍ରୀ ନେଇ ବ୍ୟବସାୟ କରିଥାନ୍ତି ଛୋଟ ଛୋଟ ବ୍ୟବସାୟୀ ମାନେ। ଭଷାଣୀ ଉତ୍ସବ ଥିଲାବେଳେ ପ୍ରତିବର୍ଷ ଏହି ସ୍ଥାନରେ ପ୍ରବଳ ଜନସମାଗମ ହୋଇଥାଏ। ହେଲେ ଏବର୍ଷ ପୁରା ଖାଁ ଖାଁ ଲାଗୁଛି।

 

Related post

News in English