କଟକ: ଆସନ୍ତା ୧୪ ତାରିଖରେ ପାଳନ କରାଯିବ ଇଦ୍ ଉଲ୍ ଫିତର ପର୍ବ। ଶୁକ୍ରବାର ଦିନ ସମଗ୍ର ଓଡ଼ିଶାରେ ପାଳନ ହେବ ଇସଲାମ ଧର୍ମାବଲମ୍ବୀଙ୍କ ଇଦ୍ ପର୍ବ। ଅଞ୍ଜୁମାନ ଇସଲାମିଆ ସୁନ୍ନତ ଅଲ ଜମାତର ଚାନ୍ଦ କମିଟି ପକ୍ଷରୁ ଘୋଷଣା। ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ପାଳନ କରାଯିବ ଇଦ୍ ପର୍ବ। କୋରୋନା କଟକଣା ଓ ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରାଯାଇ ଏହି ପର୍ବ ପାଳନ କରାଯିବ। ରୀତିନୀତି ଅନୁଯାୟୀ ମସଜିଦ ରେ କେବଳ ୫ ଜଣଙ୍କୁ ନେଇ ନମାଜ ପାଠ କରାଯିବ। ସମସ୍ତେ ଘରେ ରହି ଏହାକୁ ପାଳନ କରିବେ।