କେନ୍ଦ୍ରମନ୍ତ୍ରୀଙ୍କ ସହାୟତା କାରଣରୁ ସୁସ୍ଥ ହେଲେ ଦିନ ମଜୁରିଆ।

 କେନ୍ଦ୍ରମନ୍ତ୍ରୀଙ୍କ ସହାୟତା କାରଣରୁ ସୁସ୍ଥ ହେଲେ ଦିନ ମଜୁରିଆ।

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିବ ବଳବନ୍ତ।
ଏମିତି ଘଟିଛି ଜଗତସିଂହପୁର ଜିଲ୍ଲାର ଜାମୁଗାଁ ପଞ୍ଚାୟତର ରଘୁନାଥପୁର ନିବାସୀ ଅଜୟ ବେହେରାଙ୍କ ଜୀବନରେ। ଅଜୟ ପେଶାରେ ଜଣେ ରାଜମିସ୍ତ୍ରୀ, ପରିବାର କହିଲେ ସ୍ତ୍ରୀ ଏବଂ ୧୨ବର୍ଷର ଏକମାତ୍ର ଝିଅ। ଦୈନିକ ମଜୁରୀ ପାଇ ବେସ୍ ଖୁସିରେ ଚାଲିଥିଲା ୩ପ୍ରାଣୀର ସୁଖୀ ସଂସାର। ବିଗତ ୪ମାସ ତଳେ ଯେମିତି ଏହି ସୁଖୀ ସଂସାର ଉପରେ କାହାର ନଜର ଲାଗିଗଲା, ଦୁଃଖର କଳା ବାଦଲ ଛାଇଗଲା ପୁରା ସଂସାର ଉପରେ। କୌଣସି କାରଣରୁ ମେରୁଦଣ୍ଡରେ ଆଘାତ ଯୋଗୁଁ କଷ୍ଟ ଅନୁଭବ କଲେ ଅଜୟ କିନ୍ତୁ ଏହାକୁ ସାମାନ୍ଯ ଆଘାତ ଭାବି ସ୍ଥାନୀୟ ନାଉଗାଁ ମେଡିକାଲ ଷ୍ଟୋରରୁ ମେଡିସିନ ଖାଇ କଷ୍ଟ ଦୂର କରିବାକୁ ଚେଷ୍ଟାକଲେ କିନ୍ତୁ ସେ ଜାଣିନଥିଲେ ଯେ ଏ ବିଳମ୍ବ ତାଙ୍କ ଜୀବନରେ କେତେବଡ ଦୁଃଖର କଳାପାହାଡ ହୋଇ ଠିଆ ହେବା । ଉପଯୁକ୍ତ ଚିକିତ୍ସା ଯେତେ ବିଳମ୍ବ ହେଉଥାଏ କଷ୍ଟ ସେତେ ବଢିବା ସହ ଶରୀରର ଅନ ଅଙ୍ଗ ମଧ୍ଯ ସେତେ ପ୍ରଭାବିତ ହେବାକୁ ଲାଗିଥାଏ। ଯନ୍ତ୍ରଣାର ଉପଶମ ପାଇଁ ନାଉଗାଁ ଡାକ୍ତରଖାନାର ଡାକ୍ତର ଶ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଭେଟିବାରୁ ସେ ଶୀଘ୍ର ଅସ୍ତ୍ରୋପଚାର ପାଇଁ ନିର୍ଦ୍ଦେଶ ଦେଲେ। ପରଦିନ କଟକର ଏକ ଘରୋଇ ମେଡ଼ିକାଲର ଶଳ୍ଯ ବିଶେଷଜ୍ଞଙ୍କ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଲାଣି ମେରୁଦଣ୍ଡରେ ଆଘାତ କାରଣରୁ ନିମ୍ନ ପାର୍ଶ୍ବ ଆଂଶିକ ଦବି ଯାଇଛି ଏବଂ ଶୀଘ୍ର ଅସ୍ତ୍ରୋପଚାର ନହେଲେ ପୁରା ଶରୀର ଅକାମୀ ହୋଇଯିବ। ଅସ୍ତ୍ରୋପଚାର ପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ଏହା ଶୁଣି ପୁରା ପରିବାର ପାଦତଳୁ ମାଟି ଖସିଗଲା।

କରୋନା ମହାମାରୀ ସମୟରେ କାମଧନ୍ଦା ନଥିବା କାରଣରୁ ଗଚ୍ଛିତ ସମସ୍ତ ଅର୍ଥ ନିଜର ଭରଣପୋଷଣରେ ଖର୍ଚ୍ଚ ହୋଇଯାଇଛି ତାପରେ କିଛି ଧାର କରଜ କରି କଟକ ଆସିଥିଲେ ଚିକିତ୍ସା ପାଇଁ ଏବଂ ସେପରି କେହି ସାଙ୍ଗ ସାଥୀ କିମ୍ବା ବନ୍ଧୁ ପରିଜନଙ୍କ ପାଖେ ୨ଲକ୍ଷ ଟଙ୍କା ସାହାୟତା କରିବାର ସାମର୍ଥ୍ଯ ମଧ୍ଯ ନାହିଁ । ୪ମାସ ବିତିଗଲା ପରିବାର ଦୁଖ ସାଙ୍ଗକୁ ମେରୁଦଣ୍ଡର ଅସହ୍ଯ ଯନ୍ତ୍ରଣା ମଧ୍ଯ ବଢିଚାଲିଲା। ଉକ୍ତ ଗ୍ରାମର ଯୁବକ ତଥା କେନ୍ଦ୍ରମନ୍ତ୍ରୀ ଶୀ ପ୍ରତାପ ଷଡଙ୍ଗୀଙ୍କ ଅତ୍ୟନ୍ତ ଆନୁଗତ୍ୟ ଶ୍ରୀ ସ୍ବାଗତ କୁମାର ଦାସଙ୍କ ନଜରକୁ ଆସିଲା ଉକ୍ତ ଘଟଣାଟି । ଦେବଦୂତ ସାଜି ଧାଇଁ ଅସିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଘଟଣାଟି ଅବଗତ କରାଇଲେ ଏବଂ ସଙ୍ଗେସଙ୍ଗେ ଅଜୟର ଚିକିତ୍ସା ଦାଇତ୍ବ ନିଜେ ନେବବୋଲି ପରିବାର
କୁ ଆଶ୍ବାସନା ମଧ୍ଯ ଦେଲେ। ସେହିଦିନ ଓଲଟପୁର ସ୍ଥିତ SVNIRTARର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରିବା ସହ ଉପଯୁକ୍ତ ଚିକିତ୍ସା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ମଧ୍ଯ ଦେଲେ। କେନ୍ଦ୍ରମନ୍ତ୍ରୀଙ୍କ ଏପରି ସିଧାସଳଖ ହସ୍ତକ୍ଷେପ ଯୋଗୁଁ ତା ୧୭/୦୫/୨୦୨୧ଦିନ ଅଜୟ ବେହେରାଙ୍କ ସଫଳ ଅସ୍ତ୍ରୋପଚାର ହେଲା।

ପରିବାର ସଦସ୍ୟଙ୍କ ସହ ସ୍ଥାନୀୟ ଲୋକମାନେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଶ୍ରୀ ସ୍ବାଗତ କୁମାର ଦାସଙ୍କୁ ଭୂଇୟସୀ ପ୍ରସଂଶା କରିବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

Related post

News in English