ମୁମ୍ବାଇ : ଆଜି ଦେଶର ପ୍ରଥମ ସମଲିଙ୍ଗୀ ସମ୍ପର୍କକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ର ‘ଡେଞ୍ଜରିୟସ’ ଟ୍ରେଲର ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମଗୋପାଳ ବର୍ମା । ଓଡ଼ିଆ ଝିଅ ଅପସରା ରାଣୀଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲରକୁ ଦେଖିବା ପାଇଁ ଫ୍ୟାନମାନଙ୍କ ଭିତରେ ଉତ୍ସୁକତା ଦେଖାଦେଇଛି । ଅପସରା ରାଣୀ ନିଜ ଇନଷ୍ଟାଗ୍ରାମ୍ ପେଜରେ ପୋଷ୍ଟ କରି କହିଛନ୍ତି ଯେ, ଆସନ୍ତାକାଲି ଅପରାହ୍ନ ୫ଟାରେ ଫିଲ୍ମର ଟ୍ରେଲର୍ ରିଲିଡ୍ ହେବ ।
ଏହା ହେଉଛି ଭାରତର ପ୍ରଥମ ସମଲିଙ୍ଗୀ ସମ୍ପର୍କକୁ ନେଇ ହୋଇଥିବା ଫିଲ୍ମ । ଏଥିରେ ପ୍ରେମ, ଅପରାଧ ଓ ଆକ୍ସନ ସବୁ ଦେଖିବାକୁ ମିଳିବ । ଏହାସହ ଧାରା ୩୭୭ ଅନୁସାରେ ସମଲିଙ୍ଗୀ ସମ୍ପର୍କ ଆଇନସମତ ବୋଲି କହିଛନ୍ତି ଅପସରା ।
