ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ।

 ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ।

ନୂଆଦିଲ୍ଲୀ: ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ।ଲଦାଖରୁ ଧରାପଡ଼ିଥିବା ଜଣେ ଚାଇନିଜ୍‌ ଯବାନଙ୍କୁ କିଛି ଦିନ ପାଇଁ ଭାରତୀୟ ସୁରକ୍ଷାକର୍ମୀଙ୍କ ହେପାଜତରେ ରହିବାକୁ ପଡ଼ିବ। ଗତକାଲି ସକାଳେ ତାଙ୍କୁ କାବୁ କରାଯିବା ପରେ କୁହାଯାଇଥିଲେ ଯେ ଚାଇନାକୁ ହସ୍ତାନ୍ତର କରାଯିବ। ହେଲେ ଏବେ ମିଳିଥିବା ଖବର ଅନୁଯାୟୀ, ଆସନ୍ତା କିଛି ଦିନ ପାଇଁ ଚାଇନିଜ୍‌ ଯବାନ ଭାରତୀୟ ସୁରକ୍ଷାକର୍ମୀଙ୍କ ପାଖରେ ଅଟକ ରହିବେ। ଏହି ସମୟରେ ଚାଇନା ବିଶେଷଜ୍ଞମାନଙ୍କ ଦ୍ୱାରା ତାଙ୍କୁ ପଚରା ଉଚରା କରାଯିବ। ଏହାପରେ ଯାଇ ତାଙ୍କୁ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

 

Related post

News in English