କଟକ: ଚାକରି ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଲୁଟ । ନିଜକୁ ରେଳବାଇ କର୍ମଚାରୀ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଚଉଳିଆଗଞ୍ଜ ଥାନା ରେ ଏତେଲା ହେଲା ପରେ ଏହି ନକଲି ରେଳବାଇ କର୍ମଚାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଘଟଣା ଅନୁସାରେ , ୧ ତାରିଖ ଦିନ ଥାନାରେ ହୋଇଥିବା ଏତେଲା ଅନୁସାରେ , ବଳରାମ ବେହେରା ନାମକ ବ୍ୟକ୍ତି ନିଜକୁ ରେଳବାଇ କର୍ମଚାରୀ କହି ସୌମେନ୍ଦ୍ର ନାଥ ଷଡ଼ଙ୍ଗୀ ନାମକ ବ୍ୟକ୍ତିଙ୍କୁ ସଚିବାଳୟରେ ଏକ କ୍ଳରିକାଲ ଚାକରି କରାଇବା ବହନାରେ ଲକ୍ଷା ଧିକ ଟଙ୍କା ମାଗିଥିଲେ । ଏହିକ୍ରମରେ ସୌମେନ୍ଦ୍ର ଇଂଷ୍ଟେଲମେଣ୍ଟ ଜରିଆରେ ୧ ଲକ୍ଷ ୬୦ ହଜାର ପୈଠ କରିଥିଲେ। ଟଙ୍କା ପାଇବା ପରେ ଫୋନ ବନ୍ଦ କରି ଭଡା ଘରୁ ଚମ୍ପଟ ମାରିଥିଲେ ନକଲି ରେଳବାଇ କର୍ମଚାରୀ ।
ତେବେ ତଦନ୍ତ ଆରମ୍ଭ ହେବା ପରେ ନକଲି ସରକାରୀ ବାବୁ ଙ୍କୁ ଗିରଫ କରିଥିଲା ଚଉଳିଆଗଞ୍ଜ ଥାନା ପୋଲିସ । ଗିରଫ ସମୟରେ ଅନେକ ନକଲି ସରକାରି ଆଇ କାର୍ଡ , ୨ ଟି ମୋବାଇଲ ଓ ଏକ ସ୍କୁଟି ଜବତ କରିଛି ପୋଲିସ। ତେବେ ଏହି ନକଲି ସରକାରୀ ବାବୁ ପୂର୍ବରୁ ଏମିତି ଅନେକ କଳା କାରନାମା କରି ପୋଲିସ ହାତରୁ ଫେରାର ଥିଲେ । ପୂର୍ବରୁ ତାଙ୍କ ନାଁ ରେ ଟୁଇନ ସିଟି ଅନେକ ଥାନା ରେ ମାମଲା ରହିଛି ।