ଚାରି ସପ୍ତାହ ମଧ୍ୟରେ ଆସିବ ଆଉ ୪ ରାଫେଲ।

 ଚାରି ସପ୍ତାହ ମଧ୍ୟରେ ଆସିବ ଆଉ ୪ ରାଫେଲ।

ନୂଆଦିଲ୍ଲୀ: ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ପହଞ୍ଚିବ ଦ୍ବିତୀୟ ପର୍ଯ୍ୟାୟରେ ୪ ରାଫାଲ ବିମାନ । ଏହି ବିମାନକୁ ଆଣିବା ନିମନ୍ତେ ଭାରତୀୟ ବାୟୁସେନା ଦଳ ଫ୍ରାନ୍ସରେ ପହଞ୍ଚିଛି । ଏହି ବାୟୁସେନା ପ୍ରତିନିଧି ଦଳ ବିମାନ ଅଣାଯିବା ନେଇ ଲଜିଷ୍ଟିକ ବିଷୟକୁ ଅନୁଧ୍ୟାନ କରିବ । ଏହା ସହ ପୂର୍ବରୁ ଫ୍ରାନ୍ସର ସେଣ୍ଟ ଡ଼ିସିଅର ବାୟୁସେନା କେନ୍ଦ୍ରରେ ତାଲିମ ନେଉଥିବା ପାଇଲଟମାନଙ୍କ ପ୍ରଶିକ୍ଷଣ ସମ୍ପର୍କରେ ମଧ୍ୟ ସମୀକ୍ଷା କରିବା ସହ ବିମାନ ଅଣାଯିବାକୁ ବ୍ୟବସ୍ଥା କରିବ । ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ଜୁଲାଇ ୨୯ରେ ଭାରତରେ ପହଞ୍ଚିଥିଲା । ପ୍ରାୟ ଚାରି ବର୍ଷ ପୂର୍ବେ ୩୬ ଟି ରାଫାଲେ ବିମାନ କିଣିବା ପାଇଁ ଭାରତ ଫ୍ରାନ୍ସ ସହିତ ଏକ ଚୁକ୍ତି କରିଛି।

 

Related post

News in English