ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଗୁରୁବାର ବାର୍ଷିକ ସଂଶୋଧନ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏଥିରେ ସର୍ବାଧିକ ୧୨୧ ପଏଣ୍ଟ ସହ ବିରାଟ କୋହଲି ନେତୃତ୍ୱାଧୀନ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସିର ନୂଆ ବାର୍ଷିକ ସଂଶୋଧନ ମାନ୍ୟତା ନିୟମ ଅନୁସାରେ, ୨୦୨୦ ମେ’ ପରଠାରୁ ଏକ ଦଳ ଖେଳିଥିବା ମ୍ୟାଚ୍ର ପ୍ରଦର୍ଶନକୁ ୧୦୦ ପ୍ରତିଶତ ଗଣନା କରାଯିବ। ତେବେ ୨୦୧୮ ମେ’ରୁ ୨ ବର୍ଷ ଲାଗି ଏକ ଦଳର ପ୍ରଦର୍ଶନର ୫୦ ପ୍ରତିଶତ ହିସାବକୁ ନିଆଯାଇଛି। ଭାରତ ପଛକୁ ୧୨୦ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୨ୟ ସ୍ଥାନରେ ରହିଛି। ସୂଚନାଯୋଗ୍ୟ; ଆଇସିସି ଟେଷ୍ଟ ମାନ୍ୟତା ତାଲିକାର ପ୍ରଥମ ୨ଟି ସ୍ଥାନରେ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍ ୧୮ରୁ ସାଉଥାମ୍ପ୍ଟନରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ।