ଦାଦାବଟି କୁ ନା ଅଭିଯାନ ରେ ଜାରିହେଲା ଟୋଲଫ୍ରି ନମ୍ବର।

 ଦାଦାବଟି କୁ ନା ଅଭିଯାନ ରେ ଜାରିହେଲା ଟୋଲଫ୍ରି ନମ୍ବର।

କଟକ: ଦାଦାବଟି ସମ୍ପର୍କିତ ଅଭିଯୋଗ ଜଣାଇବାକୁ ଜାରି ହେଲା ସ୍ବତନ୍ତ୍ର ହେଲ୍ପଲାଇନ୍ ନମ୍ବର । ୯୩୮୯୧୦୦୦ ଏହି ନମ୍ବରକୁ ଫୋନ କରି ଆପଣ ଏ ସମ୍ପର୍କିତ ଅଭିଯୋଗ କରିପାରିବେ । ଭୁବନେଶ୍ୱର ଏବଂ କଟକରେ ଏହି ହେଲ୍ପଲାଇନ୍ ନମ୍ବର କାମ କରିବ । ଏସଏମ୍ଏସ୍, ମେସେଜ ମାଧ୍ୟମରେ ମଧ୍ୟ ଆପଣ ଅଭିଯୋଗ କରିପାରିବେ । ଅଭିଯୋଗକାରୀ ଚାହିଁଲେ ତାଙ୍କ ନାଁ ଗୋପନ ରଖାଯିବ । ଦ୍ବୈତ ନଗରୀକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦାବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିସନରେଟ୍ ପୁଲିସ । ଏହି କ୍ରମରେ ଦାଦାବଟି ରୋକିବାକୁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଏହି ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।
ଦାଦାବଟିକୁ ନା’ ମିଶନ୍ର ପ୍ରଥମ କାର୍ଯ୍ୟାନୁଷ୍ଠାନରେ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ଗିରଫ କରିଥିଲା ପୋଲିସ । ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ୍-୧ ଅଞ୍ଚଳରେ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ୍ ଥାନା ପୁଲିସ୍ ତାକୁ ଗିରଫ କରିଥିଲା । ଏଯାବତ୍ ପୋଲିସ ଅନେକ ବ୍ୟକ୍ତିଙ୍କୁ ଗିରଫ କରିସାରିଲାଣି ।

 

Related post

News in English