କଟକ: ଚାଷୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା | କେତେବେଳେ ଅଭାବୀ ସାର ବିକ୍ରି ତ ଆଉ କେତେବେଳେ ଅଭାବୀ ଧାନ ବିକ୍ରି | ତା ସାଙ୍ଗରେ ପୁଣି ବ୍ୟାଙ୍କରୁ ଋଣ କେତେବେଳେ ମିଳୁଛି ତ ଆଉ କେତେବେଳେ ସାହୁକାରର ସୁଧ ଜୁଲୁମ | ଅନ୍ୟ ପକ୍ଷରେ ବନ୍ୟା, ମରୁଡି ଭୟ | ଏତେ ଅବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କୃଷିବିଲକୁ ଏବେ ସବୁଠି ବିରୋଧ କରାଯାଉଛି | ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ମାହାଙ୍ଗାରେ | ଓଡିଶାର ପ୍ରଥମ ତଥା ଅଦ୍ୱିତୀୟ କୃଷକ ମନ୍ଦିର ଯାହାକି ମାହାଙ୍ଗା ବ୍ଲକରେ ରହିଛି |ଯେଉଁଠାରେ ରବିବାର ଏକ ଅଭିନବ ଘଟଣା ଦେଖିବାକୁ ମିଳିଥିଲା | ଚଳିତ ବର୍ଷର କୃଷି ବିଲ ଓ ଶ୍ରମିକ ଆଇନକୁ ବିରୋଧ କରି ଚାଷୀମାନେ ଦେହରେ କାଦୁଅ ବୋଳି ମାହାଙ୍ଗାର ମଣିଯୋରୀସ୍ଥ କୃଷକ ମନ୍ଦିର ଠାରେ ପ୍ରତିବାଦ କରିଥିଲେ | କୃଷକ ନେତା ପ୍ରତାପ ସାହୁଙ୍କୁ ନେତୃତ୍ୱରେ ନ୍ୟାସନାଲ ଆଲିଆନ୍ସ ଅଫ ପିପୁଲ ମୁଭମେଣ୍ଟର ଆବାହକ କଲ୍ୟାଣ ଆନନ୍ଦ, କୃଷକ ନେତା ହଳଧର ଦାସ ଦେହରେ କାଦୁଅ ବୋଳି ଏହି ବିଲକୁ ବିରୋଧ କରିଥିଲେ | ଏଥିରେ ବାରାହୀପୁର, ମଣିଯୋରୀ ଓ ଗୋକନ ପଂଚାୟତର ବହୁ ଚାଷୀ ଯୋଗ ଦେଇଥିଲେ |