ଧରା ହେଲା ନାବାଳକ ମୋବାଇଲ ଚୋର।

 ଧରା ହେଲା ନାବାଳକ ମୋବାଇଲ ଚୋର।

କଟକ : ଚୌଦ୍ୱାର ଥାନା ପୋଲିସ କୁ ବଡ ସଫଳତା।ଜଣେ ନାବାଳକ ଲୁଟେରାକୁ ଗିରଫ କରିବା ସହ ତା ଠାରୁ ବହୁ ପରିମାଣର ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ଅନୁସାରେ , ୩୦.୪.୨୦୨୧ ଚୌଦ୍ୱାର ଧୂମାବତୀ ନଗର ର ସମ୍ବିତ କୁମାର ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ , ଉକ୍ତ ଦିନ ୨ଟା ରେ କେହି ତାଙ୍କ ଘରେ ପଶି ୨ଟି ସ୍ମାର୍ଟ ଫୋନ,ଏକ ପିତ୍ତଳ ହନୁମାନ ମୂର୍ତ୍ତି,ଏକ ପିତ୍ତଳ କଇଁଛ, ୨୦୦ଟଙ୍କା ସହ କିଛି ଖୁଚୁରା ପଇସା ଚୋରି କରି ନେଇଯାଇଥିଲେ।

ଉକ୍ତ ଘଟଣା ତଦନ୍ତ ଆରମ୍ଭ କରି ନାବାଳକ ଲୁଟେରାକୁ ଢେଙ୍କାନାଳ ଜିଲାରୁ ଗିରଫ କରିଥିଲା ଚୌଦ୍ୱାର ଥାନା ପୋଲିସ । ଗିରଫ ସମୟରେ ତା ଠାରୁ ଚୋରି ହୋଇଥିବା ଜିନିଷ ସହ ଏକ କଳା ପଲସର ବାଇକ,୧୮ଟି ଫୋନ,ଏକ ପିତ୍ତଳ ହନୁମାନ ମୂର୍ତ୍ତି,ଏକ ପିତ୍ତଳ କଇଁଛ,୨୦୦ ଟଙ୍କା ସହ କିଛି ଖୁଚୁରା ପଇସା ଜବତ କରିଛି ପୋଲିସ।

ସେ କଟକ ଢେଙ୍କାନାଳ ସହ ବିଭିନ୍ନ ଜିଲ୍ଲାରୁ ଚୋରି କରିଥିବା ପୋଲିସ ଆଗରେ ପ୍ରକାଶ କରିଛି।ତା ନା ରେ ବିଭିନ୍ନ ଥାନା ରେ ବିଭିନ୍ନ କେସ ଥିବା ଜଣା ପଡ଼ିଛି।ଚୌଦ୍ୱାର ପୋଲିସ ଆଜି ତାକୁ କୋର୍ଟ ଫରୱାର୍ଡ କରିବା ସହ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି।

Related post

News in English