ନାଚୁଣୀ ଫାଣ୍ଡି ପୋଲିସ ପକ୍ଷରୁ ଲକଡ଼ାଉନରେ ସେବା କାର୍ଯ୍ୟ

 ନାଚୁଣୀ ଫାଣ୍ଡି ପୋଲିସ ପକ୍ଷରୁ ଲକଡ଼ାଉନରେ ସେବା କାର୍ଯ୍ୟ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଫାଣ୍ଡି ପୋଲିସ ଦ୍ୱାରା ଆଜିଠାରୁ ଆରମ୍ଭ ହୋଇଛି ଲକ ଡ଼ାଉନରେ ସେବା କାର୍ଯ୍ୟ । ବାଲୁଗାଁ ଏସଡ଼ିପିଓ ଙ୍କ ନିର୍ଦେଶ କ୍ରମେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଆଜି ଠାରୁ ନାଚୁଣୀ ଫାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଅସହାୟ ଭୋକିଲା ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ପରଷୁଛନ୍ତି । ତତ ସହିତ ଯଦି କେହି ପାରିବାରିକ ନିର୍ଯ୍ୟାତନାର ଶିକାର ହୋଇ ଫାଣ୍ଡିକୁ ଏତଲା ପାଈଁ ଆସୁଛନ୍ତି ତେବେ ତାଙ୍କୁ ମଧ୍ୟ ଶ୍ରୀ ସାହୁ ପାଣି ବୋତଲ, ବିସ୍କେଟ ଏବଂ ଚକୋଲେଟ ଆଦି ପ୍ରଦାନ କରୁଛନ୍ତି । ନାଚୁଣୀ ଅଞ୍ଚଳର ଜାତୀୟ ରାଜପଥ ଏବଂ ବଜାର ଅଞ୍ଚଳରେ ଫାଣ୍ଡି ଅଧିକାରୀ ନିଜେ ବୁଲି ବୁଲି ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି । ତେବେ ଆଗାମୀ ୧୪ ଦିନ ଲକଡ଼ାଉନ ଯାଏଁ ନାଚୁଣୀ ଫାଣ୍ଡି ଦ୍ୱାରା ଏପରି ସେବାକାର୍ଯ୍ୟ ଅବ୍ୟାହତ ରହିବ ବୋଲି ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ । ସୂଚନା ଥାଉକି ନାଚୁଣୀ ଫାଣ୍ଡି ଅଧିକାରୀ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ବେଶ ପରିଚିତ । ଗତ ବର୍ଷ ଲକ ଡ଼ାଉନ ସମୟରେ ମଧ୍ୟ ସେ ନାଚୁଣୀ ଏବଂ ଚିଲିକା ଅଞ୍ଚଳରେ ଅଗଣିତ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ ସହ ସେମାନଙ୍କ ଅସ୍ଥାୟୀ ରହିବା ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଥିଲେ । ଏଥି ଲାଗି ତାଙ୍କୁ ବହୁ ଗ୍ରାମବାସୀ ଏବଂ ସ୍ବେଛାସେବୀ ସଂଗଠନ ଦ୍ୱାରା ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଅନୁରୂପ ଭାବେ ଆଜି ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ବାଣପୁର ଅଞ୍ଚଳର ବହୁ ଅସହାୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି ।

Related post

News in English