ପାରିବାରିକ କଳହରେ ବଳି ପଡିଲା ୬ ମାସର ନୀରିହ ଛୁଆଟିଏ

 ପାରିବାରିକ କଳହରେ ବଳି ପଡିଲା ୬ ମାସର ନୀରିହ ଛୁଆଟିଏ

କଟକ:ପାରିବାରିକ କଳହ ଯୋଗୁ ବଡ଼ଚଣା ଜଣେ ବୃଦ୍ଧା ଓ ତାଙ୍କର ପୁଅ,ବୋହୁ ସମସ୍ତେ ପୋକ ମରା ଔଷଧ ଖାଇ ବର୍ତ୍ତମାନ କଟକ ବଡ଼ ମେଡିକାଲ ରେ ଅସହାୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁସାରେ ପ୍ରଥମେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା ଯାହାଫଳରେ ସ୍ୱାମୀ ସୁଜିତ ବିଷ ଖାଇଥିଲେ ଏହା ପରେ ଉକ୍ତ ବିଷ କୁ ଆଣି ତାଙ୍କର ପତ୍ନୀ ମଧ୍ୟ ଖାଇଦେଲେ ଏହାକୁ ଦେଖି ସହିନପାରି ସୁଜିତ ଙ୍କ ମା ବାସନ୍ତୀ ଦାସ ବଳକା ବିଷ ଖାଇଲେ। ଏମାନଙ୍କ ଏ ଦୁଃଖ ସମୟରେ ନିଜର ବୋଲି କେହି ନାହାନ୍ତି କିଛି ସାମାଜିକ କର୍ମୀ ୧୦୮ ଆମ୍ବୁଲାନ୍ସ ରେ ଆଣି କଟକ ବଡ଼ ମେଡିକାଲର ଆଷୁ ଚିକିତ୍ସା ବିଭାଗରେ ଆଡମିସନ କରାଇଥିଲେ ,ଏବଂ ପରେ ଏମାନେ ମେଡ଼ିସିନ ର ଡେସଟିଚ୍ୟୁଟ୍ ବିଭାଗରେ ଚିକିତ୍ସା ହେଉଛନ୍ତି ,ଟିକି ଛୁଆଟି ମା କ୍ଷୀର ଖାଇବାରୁ ବଞ୍ଚିତ ହେବାରୁ ଆଜି ଅଭିମନ୍ୟୁ ଦାସ ତା ପାଇଁ ଲାକଟୋଜିନ୍ ସହ ଅନ୍ୟାନ୍ୟ ଖାଇବ ଜିନିଷ ଦେଇଥିଲେ ,”ଆଶ୍ୱସ୍ତି ଫାଉଣ୍ଡେସନ “ର ସଂପାଦିକା ବିଜୟଲକ୍ଷ୍ମୀ ମହାପାତ୍ର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଅନସନ୍ଧାନ କରି ସୂଜିତ କାମ କରୁଥିବା କମ୍ପାନୀ ମାଲିକ କୁ ଯୋଗାଯୋଗ କରିଥିଲେ ଯୋଗାଯୋଗ ରୁ ଜଣାପଡିଲା ଘର ଠିକଣା ଯାହାକି ଯାଯପୁର ଜିଲ୍ଲା ର ବଡଚଣା ଥାନା ଅନ୍ତର୍ଗତ ରତାଲଙ୍ଗ ଗ୍ରାମରେ ଏବେ ସୁଜିତ ଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଉଭୟେ ଶାଶୁ ଓ ବୋହୂଙ୍କର ମାନସିକ ସ୍ଥିତି ଠିକ ନାହିଁ ,ଟିକି ପୁଅଟିର ଦାୟିତ୍ୱ ବସୁନ୍ଧରା ର ସେବିକା ମାନେ ନେଉଛନ୍ତି।

 

Related post

News in English