କଟକ: ଆଜି ହେଉଛି ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ କଟକରେ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ। ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ନେତୃତ୍ୱରେ ନୂଆବଜାରସ୍ଥିତ କୁଷ୍ଠାଶ୍ରମ ପରିସରରେ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ। କୁଷ୍ଠାଶ୍ରମ ପରିସରରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ତେବେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା। କୁଷ୍ଠାଶ୍ରମ ପରିସରରୁ ୯ ଜଣିଆ ଏକ ପଦଯାତ୍ରା ବାହାରି ଚୌଦ୍ୱାର ଅଭିମୁଖେ ଯାଇଥିଲା। ପଦଯାତ୍ରାର ଆହ୍ୱାନ ଥିଲା କୋଭିଡ୍ ର ବିଭିନ୍ନ ନିୟମ ପାଳନ କରିବା। ଏହି ବାର୍ତ୍ତା ନେଇ ପ୍ରତ୍ୟେକ ଦିନ ଘରକୁ ଘର ବୁଲି ସଚେତନ କରେଇବେ ଏହି ୯ ଜଣିଆ ଟିମ୍। ଯାହା ଫଳରେ କୋରନା ମହାମାରୀକୁ ସମ୍ପୁର୍ଣ୍ଣ ଭାବେ ମୂଳତ୍ପୋଟନ କରାଯାଇପପାରିବ ବୋଲି ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କହିଛନ୍ତି।