କଟକ: ଲକଡାଉନ କଡା ନଜର ରହିବ ପୋଲିସର। ଫେକ କାର୍ଡ ଦେଖେଇ ଯାଉଥିବା ବ୍ୟକ୍ତିଙ୍କ ଉପରେ ଆଜିଠୁ ପୋଲିସର କଡ଼ାନଜର।ବର୍ତ୍ତମାନ ସମ୍ପ୍ରତି ଲକଡାଉନ ସମୟରେ ରାସ୍ତାରେ ଗଡୁଛି ବେହିସାଵ ଗାଡି ମଟର । ଯେତେବେବେ ପୋଲିସ କର୍ମଚାରୀ ମାନେ ଚେକିଂ କରୁଛନ୍ତି ସେତେବେଳେ ସମସ୍ତେ ନିଜର ସଂସ୍ଥା ଦ୍ୱାରା ପ୍ରଦତ୍ତ ଆଇ କାର୍ଡ ଦେଖାଉଛନ୍ତି। ଯାହାଙ୍କ ମଧ୍ୟରୁ ଅନେକ ମିଛ ଆଇ କାର୍ଡ ରହିଛି।ଅତ୍ୟାବସକୀୟ ସଂସ୍ଥା ଗୁଡିକୁ ନିଜର କର୍ମଚାରୀ ମାନଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଏହା ସହ କେଉଁ ରୁଟ ରେ କେଉଁ ଦିନ କର୍ମଚାରୀ ମାନେ ଯିବା ଆସିବା କରିପାରିବେ ସେ ସମ୍ପର୍କରେ ମଧ୍ୟ ଡିସିପିଙ୍କ କାର୍ଯ୍ୟାଳୟରେ ଜଣାଇବା ପାଇଁ କହିଛନ୍ତି।