କଟକ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ୟାୟ ଗିରଫଦାରୀ ବିରୁଦ୍ଧରେ ଭାଜପା କଟକନଗର ଶାଖା ତରଫରୁ ଗୌରୀଶଙ୍କର ପାର୍କ ଠାରେ ଏକ ପ୍ରତିବାଦ ସଭା ତଥା ଉଦ୍ଧବ ଠାକରେ ଓ ସୋନିଆ ଗାନ୍ଧୀଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବକ୍ତାମାନେ ମହାରାଷ୍ଟ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ଏବଂ ତୁରନ୍ତ ବିନା ସର୍ତ୍ତରେ ଅର୍ଣ୍ଣବ ଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ଘୋର ନିନ୍ଦା କରି ମହାରାଷ୍ଟ୍ର ସରକାରଙ୍କୁ ବରଖାସ୍ତ କରିବାକୁ ମଧ୍ୟ ବକ୍ତାମାନେ ରାଷ୍ଟ୍ରପତିଙ୍କୁ ଉଦେଶ୍ୟ ରେ ନିବେଦନ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ୱରଞ୍ଜନ ମିଶ୍ର,ଅମ୍ବିକା ପ୍ରସାଦ ସାମଲ,ସ୍ମୃତିରଞ୍ଜନ ମିଶ୍ର,ଅମିତ ମିତ୍ର,ସୁବାସ ମହାନ୍ତି,ସୂର୍ଯ୍ୟନାରାୟଣ ବେହେରା,ସିବେଶ ମିଶ୍ର,ମମତା ନନ୍ଦି,ସୁରେଶ ମହାନ୍ତି,ସୁଶାନ୍ତ ମହାନ୍ତି, ଶ୍ରୀକାନ୍ତ ବେହେରା,ପୃଥ୍ୱୀରାଜ ବେହେରା,ମନୋଜ ବେହେରା,କଲ୍ୟାଣି ମହଲା,ସତ୍ୟଜିତ ମହଲା,ବଚନ ଦାସ,ସନ୍ଦୀପ ଶୁକ୍ଳା,ତୁଷାର ସାମଲ ପ୍ରଭୃତି ଉପସ୍ଥିତ ଥିଲେ।