ବିଲଡର୍ ଙ୍କୁ ଦାଦାବଟି ମାଗି ୨ ଦୁର୍ଦ୍ଦାନ୍ତ ଅପରାଧି ଗିରଫ।

 ବିଲଡର୍ ଙ୍କୁ ଦାଦାବଟି ମାଗି ୨ ଦୁର୍ଦ୍ଦାନ୍ତ ଅପରାଧି ଗିରଫ।

କଟକ: ଜଣେ ବିଲଡର୍ ଙ୍କୁ ଦାଦାବଟି ମାଗିବା ପଡିଲା ମହଙ୍ଗା। ଧମକ ଦେଉଥିବା ୨ ଦୁର୍ଦ୍ଦାନ୍ତ ଅପରାଧି ଙ୍କୁ ଗିରଫ କରିଛି କଟକ ମର୍କତନଗର ଥାନା ପୋଲିସ୍। ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ନିକଟରେ ଜଣେ ବିଲଡର ଙ୍କ ଜମି ରହିଛି। ବିଲଡର ଜଣକ ନିଜ ଘରକୁ ଫେରୁଥିବା ବେଳେ କଟକ ଭେଲବ୍ୟୁ ଛକ ଠାରେ ନନ୍ଦନକାନନ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ଜିତେନ୍ଦ୍ର ପରିଡା ଓ ଗୋବିନ୍ଦ ସାହୁ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ବଟି ମାଗିଥିଲେ। ଆଉ ଟଙ୍କା ନ ଦେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସିଧାସଳଖ ଧମକାଇଥିଲେ। ପରେ ବିଲଡର ଜଣକ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରି ଏହି ଦୁଇ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ବୋଲି ଏଅ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ। ଗିରଫ ଅପରାଧି ପୁର୍ବରୁ ବିଲଡର ଙ୍କୁ ଧମକଚମକ ଦେଇ ଆସୁଥିଲେ। ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହ ଦୁଇଟି ଜୀବନ୍ତ ଗୁଳି,ଗୋଟିଏ ମୋବାଇଲ ଫୋନ୍ ଓ ଗୋଟେ ବାଇକ୍ କୁ ଜବତ କରିଛି ପୋଲିସ୍। ପୁର୍ବରୁ ଏମାନଙ୍କ ନାଁ ରେ ଭୁବନେଶ୍ବର ର ବିଭିନ୍ନ ଥାନାରେ ମାମଲା ଥିବାରୁ ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ୍ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି।

 

Related post

News in English