ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବଢ଼ିବ ଶକ୍ତି। ଭାରତକୁ ମିଳିବ ଆଉ ତିନି ରାଫେଲ ଯୁଦ୍ଧ ବିମାନ। ଏହି ଯୁଦ୍ଧ ବିମାନ ଫ୍ରାନ୍ସରୁ ବାହାରି ଆମ୍ବଲା ଏୟାରବେସରେ ପହଁଚିବ। ଏହା ପହଁଚିବାର କିଛି ଦିନ ମଧ୍ୟରେ ଏହାକୁ ବାୟୁସେନାର ଅପରେସନରେ ସାମିଲ କରାଯିବ। ପୂର୍ବରୁ ଭାରତକୁ ମିଳିଥିବା ୫ଟି ରାଫେଲ ଯୁଦ୍ଧ ବିମାନକୁ ଭାରତ- ଚୀନର ବିବାଦୀୟ ସୀମା ଲଦାଖରେ ନିୟୋଜିତ କରାଯାଇଛି। ପ୍ରଥମ ବ୍ୟାଚରେ ଜୁଲାଇ ୨୮ରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଦେଇଥିଲା ଫ୍ରାନ୍ସ। ସେପ୍ଟେମ୍ବର ୧୦ରେ ଏହାକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।