ଭିନ୍ନ ଢ଼ଙ୍ଗରେ କରୋନା ସଚେତନତା

 ଭିନ୍ନ ଢ଼ଙ୍ଗରେ କରୋନା ସଚେତନତା

ସାବଧାନ ମୁଁ କରୋନା ମୁଁ କାହାକୁ ଛାଡେ ନା ମୋ ଠାରୁ ରକ୍ଷା ପାଇବାକୁ ହେଲ ମାସ୍କ ପନ୍ଧି,ସତର୍କ ରୁହ ନଚେତ୍ କେତେ ବେଳେ ମଧ୍ୟ ଜୀବନ ଯିବ। ଏଭଳି ଅଭିନବ ଉପାୟରେ ରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମରେ କିଛି ଯୁବକ ଲୋକଙ୍କୁ କରୁଛନ୍ତି ସଚେତନା। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସବୁଠି ସଚେତନାକୁ ଗୁରୁତ୍ଵ ଦିଆଯାଇଛି । ସାରା ଦେଶର ଏବେ ସଚେତନତା ଦ୍ଵାରା ହିଁ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ। ଆଉ ଏଭଳି ପରିସ୍ଥିତି ରେ ଗ୍ରାମାଞ୍ଚଳ ରେ ଲୋକଙ୍କୁ ସଚେତନା କରିବା ପାଇଁ ଆଉ ପାଦେ ଆଗେଇ ଆସିଛନ୍ତି କଣ୍ଟେଇକୋଳି ଗ୍ରାମର ସୁମନ ସେନାପତି। ଗ୍ରାମବାସୀ ମାନେ ନିଜେ ପରିବାରକୁ କରୋନା ମହାମାରୀ ଠାରୁ କିଭଳି ନିଜକୁ ବଞ୍ଚାଇ ପାରିବେ ସେନେଇ ସେହି ଗ୍ରାମର କାଠଶିଳ୍ପ ଅରୁଣ କୁମାର ସାହୁ ଅଦରକାରୀ କାଗଜ ଅନ୍ୟାନ୍ୟ ସାମଗ୍ରୀ ରେ କରୋନା ରୂପ ରେ ଏକ ଆକୃତି ତିଆରି କରିଛନ୍ତି। ଆଉ ସେହି ଆକୃତି କୁ ଧରି ପ୍ରତିଦିନ ନିୟମ ସମ୍ପର୍କ ରେ ଗ୍ରାମରେ ବୁଲି ବୁଲି ଏକ ନିଆରା ଢଙ୍ଗରେ ଲୋକମାନଙ୍କୁ ସଚେତନ କରୁଛନ୍ତି ସୁମନ୍।ଏଭଳି ସଚେତନା କାର୍ଯ୍ୟ ପାଇଁ ଅଞ୍ଚଳରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Related post

News in English