କଳାହାଣ୍ଡି ର ଆରାଧ୍ୟ ଦେବୀ ମା ମାଣିକେଶ୍ୱରୀ ଙ୍କ ଆଜି ହେଉଛି ଛତ୍ର ଯାତ୍ରା କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ କୁ ସିଲ କରିବା ସହ କୌଣସି ଗାଡି ମଟର କୁ ସହର ଜନସାଧାରଣ ଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ଏହାସହ ଭବାନୀପାଟଣା ସହର ରେ ୧୪୪ ଧାରା ଜାରି କରାଯାଇଛ କୋଭିଡ କଟକଣା ଦୃଷ୍ଟିରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଆଜି ସକାଳ ୫ ଘଣ୍ଟା ରୁ ଜେନାଖାଲ ରୁ ମା ଙ୍କ ଛତର ମୁଖ୍ୟ ମନ୍ଦିର କୁ ୬ ଘଣ୍ଟା ରେ ପହଞ୍ଚିଛି ପ୍ରଶାସନ ର କଡା ସୁରକ୍ଷା ବଳୟ ମଧ୍ୟରେ କେବଳ କିଛି ସେବାୟତ ଙ୍କ ଗହଣ ରେ ମା ଜେନାଖାଲ ରୁ ମୁଖ୍ୟ ମନ୍ଦିର କୁ ଆସିଛନ୍ତି ମା ଙ୍କ ଛ ତର ରେ ଗୋଟିଏ ଘୁମୁରା ଦଳ ଓ ଗୋଟିଏ ବାଜା ଦଳ ସାମିଲ ହୋଇଥିଲେ ଶ୍ରଦ୍ଧାଳୁ ମାନେ ନିଜ ଘରୁ ମା ଙ୍କୁ ଦର୍ଶନ କରିଥିଲେ ତେବେ କୋଭିଡ କଟକଣା ଯୋଗୁ ମା ଙ୍କ ଛତର ଯାତ୍ରା ବିନା ଭକ୍ତ ରେ ପାଳିତ ହୋଇଥିବା ବେଳେ ମା ଙ୍କ ଦର୍ଶନ ରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁ କେବଳ ସୋସିଆଲ ମିଡ଼ିଆ ରେ ମା ଙ୍କୁ ଦର୍ଶନ କରିଛନ୍ତି ଚଳିତ ବର୍ଷ ଛତର ଯାତ୍ରା କୁ ଶୃଙ୍ଖଳିତ କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ରହିଥିଲା କଳାହାଣ୍ଡି ଜିଲ୍ଲାପାଳ ଓ ଏସ ପି ଙ୍କ ନେତୃତ୍ୱରେ ଛତର ଯାତ୍ରା ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଛି ଏଥି ପାଇଁ ଜିଲ୍ଲାପାଳ ଓ ଏସ ପିକଳାହାଣ୍ଡି ର ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।