ଚୌଦ୍ୱାର:କୋଭିଡ ମହାମାରୀ ର ଦ୍ୱିତୀୟ ଲହରୀ ର ଭୟାଭୟତା କୁ ଲକ୍ଷ୍ୟ କରି ଲୋକମାନଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚୌଦ୍ବାର କଟକ ର ସ୍ବେଚ୍ଛାସେବୀ ସଂଗଠନ ଲଭେବଲ୍ ସୋସିଆଲ ଅର୍ଗାନାଇଜେସନ ତରଫରୁ ଚୌଦ୍ବାର ଡମଡମଣୀ ସ୍ଥିତ ଏକ ଗ୍ରାମ ରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କରୋନା ମହାମାରୀ ର ଦ୍ୱିତୀୟ ଲହରୀ ରୁ ନିଜକୁ ଏବଂ ନିଜର ପରିବାରକୁ କିପରି ସୁରକ୍ଷିତ ରଖିପାରିବେ, ସେ ବିଷୟରେ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା। ଗ୍ରାମ ର ପ୍ରତ୍ୟେକ ପରିବାର କୁ ମାସ୍କ ବିତରଣ ସହିତ ସାନିଟାଇଜର୍ ମଧ୍ୟ ବଣ୍ଟନ କରାଯାଇଥିଲା। ଚଳିତ ଲକଡାଉନ୍ କୁ ଦୃଷ୍ଟିରେ ରଖି ଆଗକୁ ସଂପୃକ୍ତ ଗ୍ରାମ ରେ ସଉଦା ସହିତ ଶୁଖିଲା ଖାଦ୍ୟ ବିତରଣ ର ମଧ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ଅର୍ଗାନାଇଜେସନ ର ସମ୍ପାଦକ ସୌମ୍ୟରଞ୍ଜନ ସାହୁ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗୀତାଞ୍ଜଳି ନାୟକ,ପୁଷ୍ପିତା ବିଶ୍ୱାଳ, ସଞ୍ଜୟ କୁମାର ସାହୁ, ସତ୍ୟଜିତ ବିଶ୍ୱୋୟୀ,ଅଶୋକ କୁମାର ସାହୁ, ଅତୁଲ୍ୟ କୁମାର ସାହୁ, ଏବଂ ଶିବବ୍ରତ ହୋତା ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ।