ନିର୍ବାଚନ ପ୍ରଚାର ସମୟରେ ଅସୁରକ୍ଷିତ ଅମିଶା।

 ନିର୍ବାଚନ ପ୍ରଚାର ସମୟରେ ଅସୁରକ୍ଷିତ ଅମିଶା।

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲ୍‌ଙ୍କ ଏକ ଅଡିଓ ମେସେଜ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ବିହାର ନିର୍ବାଚନ ପ୍ରଚାର ସମୟରେ କିପରି ନିଜକୁ ଅସୁରକ୍ଷିତ ମନେକରୁଥିଲେ ସେ ବିଷୟରେ କହିଛନ୍ତି। ତାଙ୍କୁ ଦୁଷ୍କର୍ମ‌ କିମ୍ୱା ହତ୍ୟା କରାଯିବାର ସେ ଆଶଙ୍କା କରିଥିଲେ ବୋଲି ଭିଡିଓରେ କହିଛନ୍ତି ଅମିଷା।ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସକ୍ଷାତକାର ଦେଇ ଅମିଷା କହିଛନ୍ତି ଯେ ସେ ଜଣେ ଅତିଥି ଭଳି ବିହାରକୁ ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାରରେ ଯୋଗଦେବା ପାଇଁ ଯାଇଥିଲେ। କିନ୍ତୁ ପ୍ରକାଶ ଚନ୍ଦ୍ରଙ୍କର ଲୋକ ତାଙ୍କୁ ଧମକାଇବା ସହ ବ୍ଲାକ୍‌ମେଲ୍‌ କରିଥିବା ସେ କହିଛନ୍ତି। ଏହା ସହ ଅମିଷାଙ୍କ ଟିମ୍‌କୁ ମଧ୍ୟ ସେମାନେ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅମିଷା ପଟେଲ।ଅମିଷା ମୁମ୍ୱାଇ ଫେରିବା ପରେ ବି ତାଙ୍କ ପାଖକୁ ଧମକପୂର୍ଣ୍ଣ ମେସେଜ୍‌ ଏବଂ କଲ୍‌ ଆସୁଥିବା ସେ କହିଛନ୍ତି। ନିଜେ ପ୍ରକାଶ ଚନ୍ଦ୍ରା ତାଙ୍କୁ ଧମକ ଦେବା ସହ ବ୍ଲାକ୍‌ମେଲ ଏବଂ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।

 

Related post

News in English