ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ସରିବା ପରେ  ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍ବାଭିମାନ ଅଞ୍ଚଳର ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋର-ଜି ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।କାର୍ଯ୍ୟକ୍ରମ ଆରମ୍ଭରେ ଭି. କେ ପାଣ୍ଡିଆନଙ୍କ ସମସ୍ତଙ୍କୁ ସମ୍ବର୍ଦ୍ଧନା ପରେ ଏକ ପୂର୍ବ […]Read More

କଟକରେ ମା କାଳୀଙ୍କ ଭାଷାଣି।

କଟକରେ ମା କାଳୀଙ୍କ ଭଷାଣୀ ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମାତ୍ର କେଇ ଘଣ୍ଟା ମଣ୍ଡପରେ ରହିବା ପରେ ଶ୍ରଦ୍ଧାଳୁଙ୍କ ଠୁ ବିଦାୟ ନେଇଛନ୍ତି ମା କାଳୀ। ସହରରେ ୭୦ ରୁ ଉର୍ଦ୍ଧ୍ୱ ମଣ୍ଡପରେ ମା କାଳୀଙ୍କ ମୃଣ୍ମୟୀମୂର୍ତ୍ତି ପୁଜା ପାଇଥିବାବେଳେ ଆଜି ଥିଲା ଭଷାଣୀ। ପୁର୍ବରୁ କମିସନରେଟ୍ ପୋଲିସ୍ ସହ ବିଭିନ୍ନ ପୁଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତାମାନଙ୍କର ବୈଠକ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ କାଳୀପୁଜା ପରଦିନ ଅର୍ଥାତ ଆଜି ଭଷାଣୀ […]Read More

ସାଇନ୍ ଆଣ୍ଡ୍ ସନ୍ଧ୍ୟା ଫାଉଣ୍ଡେସନ ର ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ।

କଟକ: ଅସହାୟ ଲୋକମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ଏକ ପ୍ରୟାସ ଆରମ୍ଭ କରିଛି ସାମାଜିକ ଅନୁଷ୍ଠାନ ସାଇନ୍ ଆଣ୍ଡ୍ ସନ୍ଧ୍ୟା ଫାଉଣ୍ଡେସନ। କଟକ ଖାନନଗର କାଳୀମନ୍ଦିର ନିକଟରୁ ଆମ୍ବୁଲାନ୍ସ ର ଶୁଭାରମ୍ଭ ହୋଇଛି। କଟକ ସହର କିମ୍ବା ଜିଲ୍ଲାରେ ରହୁଥିବା ଅସହାୟ ଓ ନିରାଶ୍ରୟ ମାନଙ୍କୁ ସୁବିଧାରେ ଚିକିତ୍ସା ପ୍ରଦାନ ପାଇଁ ଏହି ଆମ୍ବୁଲାନ୍ସ ସେବା କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ତେବେ ବିନା ମୂଲ୍ୟରେ ଏହି ସେବା ଉପଲବ୍ଧ ଥିବା […]Read More

ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ।

ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମିତ ଦେଇଛନ୍ତି ଉଦ୍ଧବ ସରକରା। ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ […]Read More

କାଳିଆ ଯୋଜନା ରେ ଟଙ୍କା ମିଳିବ କହି ନିରୀହ ଆଦିବାସୀ ମହିଳା ଙ୍କୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗର୍ଦ୍ ଗ୍ରାମର ନିରୀହ ଆଦିବାସୀ ମହିଳାଙ୍କ ଠାରୁ କାଳିଆ ଯୋଜନା ରେ ଟଙ୍କା ଯୋଗାଇ ଦେବା ବାହାନା କରି ଲୁଟ ମାମଲାରେ ସାନଡୁୁମ୍ବୁଳା ଗ୍ରାମର କୃଷ୍ଣ ସେଠୀ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ବୁଧବାର ଦିନ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖବରପ୍ରକାରେ , ଅଭିଯୁକ୍ତ କୃଷ୍ଣ ରବିବାର ଦିନ ଗ୍ରାମକୁ ଯାଇ ନିରୀହ ମହିଳା ମାନଙ୍କୁ କାଳିଆ ଯୋଜନା ରେ ନାମ ଲେଖାଇ ଦେବା […]Read More

କଟକରେ ତାଲିମ ନେଉଛନ୍ତି ଉତ୍ତର ପ୍ରଦେଶ ଏସଡ଼ିଆରଏଫ ଯବାନ ମାନେ।

କଟକରେ ସ୍କୁବା ସନ୍ତରଣ ପ୍ରଶିକ୍ଷଣ ନେଉଛନ୍ତି ଉତ୍ତର ପ୍ରଦେଶ ଏସଡ଼ିଆରଏଫ ଯବାନ ମାନେ । ବର୍ତ୍ତମାନ ଏସ ଡି ଆର ଏଫ ଦ୍ଵିତୀୟ ବ୍ୟାଚର ୩୨ ଜଣ ଯବାନ ସାମିଲ ଅଛନ୍ତି। ପାଣି ଭିତରେ ଆପଦା ସମୟରେ କିଭଳି ଭାବରେ ଅତି ସହଜରେ ଜୀବନ ଉଦ୍ଧାର କରାଯାଇପାରିବ ତାହାର ପ୍ରଶିକ୍ଷଣ ଦେଉଛନ୍ତି ଅନ୍ତର୍ରାଷ୍ଟ୍ରୀୟ ସମୁଦ୍ର ବୁଡାଳି ସବୀର ବକ୍ସ।ସମୁଦ୍ରର ଗଭୀର ଜଳ ରାଶି ଭିତରେ ସନ୍ତରଣ କରି ବିଭିନ୍ନ ସମୟରେ କୀର୍ତ୍ତିମାନ ସ୍ଥାପନ କରିଥିବା ସହ ଲିମକା […]Read More

ନଭେମ୍ବର ୧୮ ରେ କୋର୍ଟରେ ହାଜର ହେବେ ବର୍ଷା ଓ ଅନୁଭବ।

କଟକ: କେନ୍ଦ୍ରାପଡା ଲୋକସଭା ସାଂସଦ ତଥା ଫିଲ୍ମ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ଆଇନଗତ ଲଢେଇ ଜୋରଦାର ହୋଇଛି । ମାମଲା ଦିଲ୍ଲୀରେ ଚାଲିଥିବା ବେଳେ ଅନୁଭବ କୋର୍ଟରେ ହାଜରେ ହେବା ପାଇଁ ସମୟ ନେଇଛନ୍ତି । ସେ ନଭେମ୍ବର ୧୮ ରେ କୋର୍ଟରେ ହାଜର ହେବେ । ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ସେଦିନ ହେବ ଆଲୋଚନା । ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ର ଏଥିପାଇଁ ସମ୍ମତି ପ୍ରକାଶ କରିଛନ୍ତି […]Read More

ଖ୍ରୀଷ୍ଟିଆନ୍ ମା-ପୁଅଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦଳେ ଦୁର୍ବୃତ୍ତ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ସଂଖ୍ୟାଲଘୁ ସମୁଦାୟଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେମାନଙ୍କ ଜୀବନ ନେବାକୁ ବି ପଛାଉନାହାନ୍ତି। ଗୁଜରାନଓ୍ବାଲାରେ ଖ୍ରୀଷ୍ଟିଆନ୍‌ ସମୁଦାୟର ମା ଓ ପୁଅଙ୍କୁ ଭିଡ଼ର ଆକ୍ରୋଶ (ମବ୍‌ ଲିଞ୍ଚିଂ)ର ଶିକାର ହେବାକୁ ପଡ଼ିଛି। ଏହି ଇସ୍‌ଲାମ ଭିଡ଼ ଭିତରେ ମା-ପୁଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।  Read More

ଇକୋ ରିଟ୍ରିଟ୍‌ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଥର ରାଜ୍ୟର ୫ଟି ସ୍ଥାନ କୋଣାର୍କ,ହୀରାକୁଦ, ଭିତରକନିକା, ଦାରିଙ୍ଗବାଡ଼ି ଓ ସାତକୋଶିଆରେ ହେବ ଇକୋ ରିଟ୍ରିଟ୍‌।ପରିବେଶ ପର୍ଯ୍ୟଟନ ପାଇଁ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଚାଲିବ ଇକୋ ରିଟ୍ରିଟ୍‌।ବର୍ଷକ ତଳେ କେବଳ କୋଣାର୍କରେ ଇକୋ ରିଟ୍ରିଟ ସୁବିଧା ଆରମ୍ଭ ହୋଇଥିଲା। ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ। କୋଭିଡ୍‌ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆଶ୍ବସ୍ତିର ବାର୍ତ୍ତା ଦେଲେ ନବୀନ।ପର୍ଯ୍ୟଟନ ସ୍ଥଳୀରେ ସେବା […]Read More

ନକଲି ଗୋଦାମ ଉପରେ ଚଢ଼ାଉ।

କଟକ ମାଲଗୋଦାମ ରୁ ନକଲି ଗ୍ରୋସରୀ ସାମଗ୍ରୀକୁ ଜବତ କରିଛି ମାଲଗୋଦାମ ଥାନା ପୋଲିସ୍। ଏହି ଗୋଦାମରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବହୁ ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା। ତେବେ ବିଶେଷ ସୁତ୍ରରୁ ଖବର ପାଇ ଏ ସି ପି ଅମରେନ୍ଦ୍ର ପଣ୍ଡା ଏବଂ ଆଇ ଆଇ ସି ରବି ନାରାୟଣ ଭଞ୍ଜ ତାଙ୍କ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଅତର୍କିତ ଭାବେ ଗୋଦାମ ଉପରେ ରେଡ୍ କରିଥିଲେ। ରେଡ୍ ସମୟରେ ବିପୁଳ ପରିମାଣରେ […]Read More

News in English