କଟକ: ଚାଷୀଙ୍କୁ ମିଳୁନି ସର୍ବନିମ୍ନ ସୁବିଧା | କେତେବେଳେ ଅଭାବୀ ସାର ବିକ୍ରି ତ ଆଉ କେତେବେଳେ ଅଭାବୀ ଧାନ ବିକ୍ରି | ତା ସାଙ୍ଗରେ ପୁଣି ବ୍ୟାଙ୍କରୁ ଋଣ କେତେବେଳେ ମିଳୁଛି ତ ଆଉ କେତେବେଳେ ସାହୁକାରର ସୁଧ ଜୁଲୁମ | ଅନ୍ୟ ପକ୍ଷରେ ବନ୍ୟା, ମରୁଡି ଭୟ | ଏତେ ଅବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କୃଷିବିଲକୁ ଏବେ ସବୁଠି ବିରୋଧ କରାଯାଉଛି | ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି […]Read More
୨୦୧୯ ପାଇଁ ନୌସେନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇ ଏନ ଏସ ଚିଲିକାକୁ ମିଳିଲା ୟୁନିଟ ପ୍ରଶସ୍ତିପତ୍ର ।ପ୍ରଶସ୍ତିପତ୍ର ପ୍ରଦାନ କଲେ ନୌସେନା ମୁଖ୍ୟ । ପୂର୍ବରୁ ୨୦୦୫ ଓ ୨୦୧୨ରେ ବି ମିଳିଥିଲା ପ୍ରଶସ୍ତିପତ୍ର।ସେବାରେ ଉତ୍କର୍ଷତା ପାଇଁ ଏଭଳି ସମ୍ମାନ ଦିଆଯାଇଥାଏ। ତିତ୍ଲି ଓ ଫନିରେ ରିଲିଫ କାର୍ଯ୍ୟରେ ସକ୍ରିୟ ଭୂମିକା ନେଇଥିଲା INS ଚିଲିକା। ପ୍ରତିବର୍ଷ INS ଚିଲିକା ୬୬୦୬ ନୌସୈନିକଙ୍କୁ ତାଲିମ ଦେଇଥାଏ Read More
ଗଞ୍ଜାମ: ଦେଶ ସ୍ୱାଧୀନତା ପାଇବାର ୭୩ ବର୍ଷ ପରେବି ଆଜି ଏମିତି ସ୍ଥାନ ରହିଛି ଯେଉଁଠି ବିକାଶ ଅପହଞ୍ଚ l ନା ଅଛି ଯାତାୟାତ ପାଇଁ ରାସ୍ତା, ନା ଅଛି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା l ଦେହ ଖରାପ ହେଲେ ରୋଗୀ ପାଇଁ ଦୋଳl ହିଁ ଏକମାତ୍ର ଭରସା l ଏମିତି ଏକ ଗାଁ ରହିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଂଚାୟତର ନିତ୍ୟାନନ୍ଦ ପଲ୍ଲୀ ଗ୍ରାମ l ୮୦ ବର୍ଷରୁ ଊର୍ଧ୍ଵ ଦିନ ହେଲା […]Read More
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ ପଦ୍ମଗିରିର ସର୍ଗିଗୁଡା ଗ୍ରାମ ନିକଟରେ ଏକ ପିକୋପ ଭେନ(ଓଡି ୧୦ ଏନ ୦୮୦୧ ) ଦ୍ଵାରା ୭ କୁଏଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଚରା ଚାଲାଣ କରୁଥିବା ସମୟରେ ଧରାପଡିଛନ୍ତି । ଏହି ଘଟଣାରେ ୩ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଖସି ଯାଇଥିବା ଅବକାରୀ ବିଭାଗ ପକ୍ଷରୁ […]Read More
ମାଲକାନଗିରି: ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଜାତୀୟ ରାଜପଥ ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ବସ୍ଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍ଟି ଚମ୍ପାଖାରି […]Read More