ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ସରିବା ପରେ  ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍ବାଭିମାନ ଅଞ୍ଚଳର ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋର-ଜି ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
କାର୍ଯ୍ୟକ୍ରମ ଆରମ୍ଭରେ ଭି. କେ ପାଣ୍ଡିଆନଙ୍କ ସମସ୍ତଙ୍କୁ ସମ୍ବର୍ଦ୍ଧନା ପରେ ଏକ ପୂର୍ବ ପ୍ରସ୍ତୁତ ଭିଡିଓ ପରିଚାଳିତ କରାଯାଇଥିଲା । ଭିଡି଼ଓରେ ଦେଖାଯାଇଥିଲା ସ୍ବାଭିମାନ ଅଞ୍ଚଳ କେତେ ଉନ୍ନତି ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯିବା ସହ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ । ଏଠାରେ ଆଉ ୩ଟି ମୋବାଇଲ ଟାୱାରର ଯୋଜନା ରହିଛି । ଯାହାଫଳରେ ପିଲାମାନଙ୍କ ପାଠପଢାରେ ସୁବିଧା ହେବ । ୪୧୯ଟି ଡିପ୍ ବାରୋୱେଲ କରି ୧୭୦୦ ହେକ୍ଟର ଜମିକୁ ପାଣି ମିଳିବ ।

 

Related post

News in English