ଗଞ୍ଜାମ ପୋଲିସ ହାତରେ ବଡ଼ ସୁନା ଲୁଟେରା ଗ୍ୟାଙ୍ଗ।

 ଗଞ୍ଜାମ ପୋଲିସ ହାତରେ ବଡ଼ ସୁନା ଲୁଟେରା ଗ୍ୟାଙ୍ଗ।

ଗଞ୍ଜାମ ପୋଲିସ ଦ୍ୱାରା ସାଢ଼େ ୬ କେଜି ସୁନା ଜବତ କରିବା ସହ ୧୦ ଲୁଟେରା ଓ ୫ ଖରିତଦାର ଙ୍କୁ ମଧ୍ୟ ଗିରଫ କରିଛି ଗଞ୍ଜାମ ପୋଲିସ। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରିଛି ପୋଲିସ।
ସୂଚନାନୁସାରେ ଗତ ଅକ୍ଟୋବର ୧୨ ତାରିଖରେ ପୁରୁଷୋତ୍ତମପୁର ଚାଙ୍ଗୁଡିପଦର ସାହିର ସୁନା ବ୍ୟବସାୟୀ ସୁରେନ୍ଦ୍ରନାଥ ନାୟକଙ୍କ ଘରୁ ଅଢେଇ କୋଟି ଟଙ୍କାର ସୁନା ଅଳଙ୍କାର ଦେଢ଼ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିଲେ ଲୁଟେରା । ଏହାପରେ ପୋଲିସ ଘଟଣାର ଛାନବୀନ କରି ଏହି ସଫଳତା ପାଇଥିବା କଥା କହିଛନ୍ତି ଦକ୍ଷିଣାଞ୍ଚଳ ଜିଆଇଜି ସତ୍ୟବ୍ରତ ଭୋଇ।

 

Related post

News in English