ମିସେସ ଫେମିନା ର ଟପ ୧୦ ରେ ଇପ୍ସିତା

 ମିସେସ ଫେମିନା ର ଟପ ୧୦ ରେ ଇପ୍ସିତା

କଟକ: ଇଛାଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ। ଇଛାଶକ୍ତି ସହିତ ପରିବାରର ସହଯୋଗ ମିଳିଲେ ଲକ୍ଷ ସ୍ଥଳରେ ପହଁଚିବା ଆହୁରି ସହଜ ହୋଇଥାଏ। ଯାହା ଆଜି ପ୍ରତିପାଦିତ ହୋଇଛି କଟକର ଇପ୍ସିତା ପ୍ରିୟଦର୍ଶନୀଙ୍କ କ୍ଷେତ୍ରରେ। ନିଜର ଇଛାଶକ୍ତି ଓ ପାରିବାରିକ ସହଯୋଗରେ ଜାତୀୟ ସ୍ତରରେ ଫେମିନା ମିସେସ ଇଣ୍ଡିଆର ଟପ ୧୦ ରେ ପହଂଚିପାରିଛନ୍ତି। କେବଳ ଟପ ୧୦ ରେ ନୁହଁ ଫେମିନା ମିସେସର ଟାଇଟେଲ ହାତେଇବାକୁ କରୁଛନ୍ତି ସମସ୍ତ ପ୍ରସ୍ତୁତି।

କଟକ ମଙ୍ଗଳାବାଗର ଇପ୍ସିତା ପ୍ରିୟଦର୍ଶନୀ। ଜଣେ ସପଟୱେୟାର ଇଂଜିନିୟର ଭାବେ କାର୍ଯ୍ୟ କରୁଥିବା ଇପ୍ସିତାଙ୍କର ଛୋଟବେଳୁ ଥିଲା ମଡେଲିଂରେ ରୁଚି। ପାଠ ପଢା ସହିତ ସମୟ ବାହାର କରି ବିଭିନ୍ନ ବିୟୁଟି କଟେଷ୍ଟରେ ଭାଗ ନିଉଥିଲେ ସେ। ଦୀପିକା ପଡୁକୋଣଙ୍କୁ ନିଜର ଆଇଡ଼ଲ ମାନି ମଦେଲିରେ ତାଙ୍କୁ ପ୍ରଥମ ସଫଳତା ଦେଇଥିଲା ୟୁପିର ସୁପର ମଡେଲ ଚମ୍ପିଆନ୍ସିପି। ପରେ ସେ ଜୀ ଟିଭି ମିସ ଏନଥିକରେ ଟପ ୫ ରେ ସ୍ଥାନ ପାଇବା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ମଡେଲିଂରେ ଭାଗ ନେଇ ଟାଇଟେଲ ହାତେଇଛନ୍ତି। ଏବେ ସେ ଜାତୀୟ ସ୍ତରର ଟପ ମଡେଲ କଁଟେଷ୍ଟ ଆଖ୍ୟା ପାଇଥିବା ଫେମିନା ମିସେସ ଇଣ୍ଡିଆର ଟପ ୧୦ ରେ ନିଜର ସ୍ଥାନ ପକ୍କା କରିଛନ୍ତି। ନିଜର ଇଛାଶକ୍ତି ଓ ପରିବାର ସହଯୋଗ ଆଜି ତାଙ୍କୁ ଏହି ସ୍ଥାନରେ ପହଂଚାଇଥିବା ଇପ୍ସିତା କହିବା ସହିତ ତାଙ୍କୁ ଟପ ୧୦ ରେ ପହଂଚାଇବାକୁ ଓଡ଼ିଶାବାସୀଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହାପରେ ଓଡିଶା ବାସୀଙ୍କ ବିପୁଳ ସମର୍ଥନ ମିଳିଥିଲା। ଅଗକୁ ଟପ ୫ ଓ କ୍ରାଉନ ଜିତିବା ପାଇଁ ନିଜର ପରିଶ୍ରମ ସହ ଭାଗ୍ୟ ର ସାଥ ଦରକାର। ସେଥିପାଇଁ ଓଡିଶା ବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି।

Related post

News in English