କାଳିଆ ଯୋଜନା ରେ ଟଙ୍କା ମିଳିବ କହି ନିରୀହ ଆଦିବାସୀ ମହିଳା ଙ୍କୁ ଠକେଇ ଅଭିଯୋଗରେ ଜେଲ ଗଲେ ଠକ।

 କାଳିଆ ଯୋଜନା ରେ ଟଙ୍କା ମିଳିବ କହି ନିରୀହ ଆଦିବାସୀ ମହିଳା ଙ୍କୁ ଠକେଇ ଅଭିଯୋଗରେ ଜେଲ ଗଲେ ଠକ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗର୍ଦ୍ ଗ୍ରାମର ନିରୀହ ଆଦିବାସୀ ମହିଳାଙ୍କ ଠାରୁ କାଳିଆ ଯୋଜନା ରେ ଟଙ୍କା ଯୋଗାଇ ଦେବା ବାହାନା କରି ଲୁଟ ମାମଲାରେ ସାନଡୁୁମ୍ବୁଳା ଗ୍ରାମର କୃଷ୍ଣ ସେଠୀ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ବୁଧବାର ଦିନ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖବରପ୍ରକାରେ , ଅଭିଯୁକ୍ତ କୃଷ୍ଣ ରବିବାର ଦିନ ଗ୍ରାମକୁ ଯାଇ ନିରୀହ ମହିଳା ମାନଙ୍କୁ କାଳିଆ ଯୋଜନା ରେ ନାମ ଲେଖାଇ ଦେବା ପାଇଁ ଭୂତେଇ କିଛି ଲୋକଙ୍କ ଆଧାର ନମ୍ବର ଓ ବ୍ୟାଙ୍କ ଖାତା ନଂ ମାଗି ନେଇଥିଲେ।ସୋମବାର ପୁଣି ମହିଳା ମାନଙ୍କୁ ବ୍ୟାଙ୍କ ଖାତା ନେଇ ଗୋକର୍ଣ୍ଣପୁର ଜନସେବା କେନ୍ଦ୍ରକୁ ଆସିିବା ପାଇଁ କହିଥିଲା । କୃଷ୍ଣ ସେଠୀର କଥା ଅନୁଯାୟୀ ମହିଳା ମାନେ ନିଜ ନିଜ ବ୍ୟାଙ୍କ ଖାତା ନେଇ ଗୋକର୍ଣ୍ଣପୁର ଜନସେବା କେନ୍ଦ୍ରକୁ ଆସିଥିଲେ। ସେଠାରେ ତୁମ ବ୍ୟାଙ୍କ ଖାତାକୁ ୨୨ହଜାର ଟଙ୍କା ଲେଖାଏଁ ଛାଡ଼ିଦେବି କହି ସୁରୁଖା ମଳିକ, ଦୌପତି ମଲ୍ଲିକ, ଗୁଦୁ ମଲ୍ଲିକଙ୍କ ଙ୍କ ଖାତାରୁୁ ୩୯୦୦୦ ଟଙ୍କା ବାହାର କରି ଅନ୍ୟ ଏକ ଆକାଉଣ୍ଟରେ ଜମା କରିଦେଇଥିଲା । ସେମାନଙ୍କ ଟଙ୍କା ଛଡ଼ାଇ ନେବା ପରେ ମହିଳା ମାନେ ଯୁୁବକ ଜଣକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେେ ।ସଙ୍ଗେ ସଙ୍ଗେ ପୋଲିିସ ଘଟଣା ସ୍ଥଳରେ ପହଞ୍ଚି ଯୁୁୁବକକୁ ଧରି ଥାନାକୁ ଆଣି ପଚରାଉଚରା ସମୟରେ ବିିଭିନ୍ନ ସରକାରୀ କାର୍ଯ୍ଯାଳୟର ସିିଲ୍ ଓ ଅନ୍ୟ କାଗଜପତ୍ର ମଧ୍ୟ ଜବତ କରିଥିଲା।ଯୁବକ ଙ୍କ ଠାରୁ ନଗଦ ୩୭ହଜାର ୪ଶହ ଟଙ୍କା ସହ ୨ ଟି atm କାର୍ଡ ଜବତ ହୋଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ଏନେଇ ଥାନା କେସ୍‌ ନଂ. ୨୬୫/୨୦ ଅନୁଯାୟୀ ଜାମିନ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏହିଭଳି ଭାବେ ଅଭିଯୁକ୍ତ କୃଷ୍ଣ ପୂର୍ବରୁ ଗତ ୨୦୧୮ ଅକ୍ଟୋବର ମାସରେ ହୋଇଥିବା ତିତିଲି ବାତ୍ୟାରେ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ତିତ୍‌ଲି କ୍ଷତିପୂରଣ ଜମାଖାତାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା।

 

Related post

News in English