କଟକରେ ମା କାଳୀଙ୍କ ଭାଷାଣି।

 କଟକରେ ମା କାଳୀଙ୍କ ଭାଷାଣି।

କଟକରେ ମା କାଳୀଙ୍କ ଭଷାଣୀ ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମାତ୍ର କେଇ ଘଣ୍ଟା ମଣ୍ଡପରେ ରହିବା ପରେ ଶ୍ରଦ୍ଧାଳୁଙ୍କ ଠୁ ବିଦାୟ ନେଇଛନ୍ତି ମା କାଳୀ। ସହରରେ ୭୦ ରୁ ଉର୍ଦ୍ଧ୍ୱ ମଣ୍ଡପରେ ମା କାଳୀଙ୍କ ମୃଣ୍ମୟୀମୂର୍ତ୍ତି ପୁଜା ପାଇଥିବାବେଳେ ଆଜି ଥିଲା ଭଷାଣୀ। ପୁର୍ବରୁ କମିସନରେଟ୍ ପୋଲିସ୍ ସହ ବିଭିନ୍ନ ପୁଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତାମାନଙ୍କର ବୈଠକ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ କାଳୀପୁଜା ପରଦିନ ଅର୍ଥାତ ଆଜି ଭଷାଣୀ ସରିଛି। କୋଭିଡ୍ ନିୟମ ଅନୁସାରେ ସୀମିତ ସଂଖ୍ୟାରେ ପୁଜକ ଓ କମିଟିର ସଦସ୍ୟ ମାନେ ମଣ୍ଡପରେ ରହି ପୁଜାକୁ ଶେଷ କରିଥିଲେ। ଆଉ ଆଜି ଭଷାଣୀ ସମୟରେ ଟାଟା ଏସି,ଟ୍ରାକ୍ଟର ସାହାଯ୍ୟରେ ସାହି ପରିକ୍ରମା ନ କରି ସିଧାସଳଖ କାଠଯୋଡିର ଦେବୀଗଡା ଏବଂ ଅନ୍ୟ କୃତ୍ରିମ ପୋଖରୀ ଅଭିମୁଖେ ଯାତ୍ରା କରି ମା କାଳୀଙ୍କୁ ବିସର୍ଜିତ କରାଯାଇଥିଲା। ତେବେ ବିସର୍ଜନ ପାଇଁ ସହରରେ ୧୫ ଟି ସ୍ଥାନରେ କୃତିମ ଜଳାଶୟ କରାଯାଇଥିଲା। ମେଢଗୁଡିକୁ ପୋଲିସ୍ ସୁରକ୍ଷା ବଳୟ ଭିତରେ ରହି ବିସର୍ଜନ କରାଯାଇଥିଲା ବେଳେ ଭଷାଣ ପାଇଁ ସହରରେ ବିଭିନ୍ନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଏହିଭଳି ଭାବେ ମା ଙ୍କ ପୁଜା ଓ ଭଷାଣୀ କରାଯାଇଥ ବାରୁ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

 

Related post

News in English