ଭୁବନେଶ୍ୱର: ଅପେକ୍ଷାର ଅନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍ ଅବଧି ବି ଶେଷ। ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍. ଶ୍ରୀଶାନ୍ତ। କେରଳର ଏହି ଦ୍ରୁତ ବୋଲର ୨୦୧୩ ଆଇପିଏଲ୍ରେ ମ୍ୟାଚ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନଙ୍କ ମଧ୍ୟ ଦୋଷୀ ବୋଲି ଜଣାପଡ଼ିଥିଲା। ଏନେଇ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍ ମଧ୍ୟ ହୋଇଥିଲା।