ନୂଆଦିଲ୍ଲୀ: ଆଉ ଖେଳା ଯିବ ନାହିଁ ଆଇପିଏଲ-୧୪ ସଂସ୍କରଣର ବାକି ଥିବା ମ୍ୟାଚଗୁଡିକ। ଏକାଧିକ ଖେଳାଳି କରୋନା ଚିହ୍ନଟ ହେବା ପରେ ବିସିସିଆଇ ଅବଶିଷ୍ଟ ସମସ୍ତ ମ୍ୟାଚ କୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି।
ଗତକାଲି କୋଲକୋତା ନାଇଟ ରାଇଡ଼ର୍ସ ଏବଂ ରୟାଲ ଚ୍ୟାଲେଞ୍ଜର ବେଙ୍ଗୁଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। କେକେଆରର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ମ୍ୟାଚକୁ ବାତିଲ କରିଦିଆଯାଇଥିଲା। ତେବେ ଆଜି ମଧ୍ୟ ଆଉ କିଛି ଖେଳାଳି ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି। ଯାହା ଫଳରେ ଚଳିତବର୍ଷ ଅଧା ରହିଗଲା ଆଇ ପି ଏଲ ମହାସମର।